ମୁଁ ଓଡ଼ିଆ ବିଷୟରେ


ଆପଣମାନଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ସ୍ୱାଗତ କରୁଛୁ I

OVA ତରଫରୁ ‘ମୁଁ ଓଡ଼ିଆ’ ଆପ୍᠎᠎ ମାଧ୍ୟମରେ ଆପଣମାନଙ୍କ ଓଡ଼ିଆ ଶିକ୍ଷା ପାଇଁ ଏକ ପ୍ରୟାସ I

ଆମର ପାଠ୍ୟକ୍ରମଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିକୁ ଆଧାର କରି ପ୍ରସ୍ତୁତ କରାଯାଇଛି, ଯାହାକି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି I

ସମସ୍ତ ବୟସର ବ୍ୟକ୍ତିଙ୍କୁ କେନ୍ଦ୍ରରେ ରଖି ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି I ନିଜେ ଚେଷ୍ଟା କରି ଶିଖିବାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରାଯାଇଛି I ବିଭିନ୍ନ ପର୍ଯ୍ୟାୟରେ ଜ୍ଞାନକୁ ପୁନଃନିର୍ମାଣ ଏବଂ ପୁନଃପରିବର୍ତ୍ତନ କରିବାର ଭାର, ଶିଶୁ ମନୋବିଜ୍ଞାନ ଏବଂ ଶିକ୍ଷାଦାନ ପାଇଁ ଉପଲବ୍ଧ ସମୟ ପାଇଁ ଅଧିକ ବିଚାର କରାଯାଇଛି I ଏହି ପାଠ୍ୟକ୍ରମରେ ମଜାଳିଆ ଗପ ଓ ଗୀତ ମାଧ୍ୟମରେ ଆପଣମାନଙ୍କୁ ପଢ଼ାଯିବାର ବ୍ୟବସ୍ଥା ରହିଛି I

ଓଡ଼ିଆ ପଢ଼ି ଜାଣିଥିବା ଓ ଜାଣି ନଥିବା ବ୍ୟକ୍ତିଙ୍କ ନିମିତ୍ତ ଏହା ବେଶ୍ ସହାୟକ ହେବ I ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିବା ସାହିତ୍ୟ ବହିର ବିଧିବଦ୍ଧ ଶିକ୍ଷାଦାନ ଏହି ଆପ୍ ମାଧ୍ୟମରେ କରାଯିବାର ବ୍ୟବସ୍ଥା ରହିଛି I ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମଶ୍ରେଣୀର ସାହିତ୍ୟ ବହିକୁ ଶ୍ରେଣୀଗୃହ ଶିକ୍ଷାଦାନ ପରି ଏହାର ଶିକ୍ଷାଦାନ ପ୍ରଣାଳୀ ଅନୁସୃତ ହୋଇଛି I ସୁଦକ୍ଷ ଶିକ୍ଷକ ଶିକ୍ଷିକା, ସଂଗୀତ ଗାୟକ, କଳାକାରଙ୍କର ମିଳିତ ଉଦ୍ୟମରେ ପ୍ରତ୍ୟେକ ବିଷୟର ଶିକ୍ଷାଦାନ କରାଯାଇଛି I ଶିକ୍ଷାଦାନ ପରିସମାପ୍ତି ପରେ ଅଭ୍ୟାସ କାର୍ଯ୍ୟ ମଧ୍ୟ କରାଯାଇଛି I ଏଥିସହିତ ସମସ୍ତ ବିଷୟର ଅଭ୍ୟାସ ଫର୍ଦ୍ଦକୁ ସ୍ୱତନ୍ତ୍ର ଭାବରେ ଗୃହକର୍ମ ରୂପେ ଦିଆଯାଇଛି I

ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଇ-କଣ୍ଟେଣ୍ଟ ପାଠ୍ୟକ୍ରମ ଓଡ଼ିଆ ଶିଖିବାର ଦକ୍ଷତାକୁ ବୃଦ୍ଧି କରିବା ପାଇଁ ମୂଳଦୁଆ ସ୍ଥାପନ କରିପାରିବ ବୋଲି ଆମେ ଆଶା କରୁଛୁ I ସୁନ୍ଦର ଗପ, ଗୀତ, ଓଡ଼ିଆରେ କଥାବାର୍ତ୍ତା ମାଧ୍ୟମରେ ଆପଣମାନେ ନିଜର ଆତ୍ମବିଶ୍ୱାସକୁ ସୁଦୃଢ଼ କରିପାରିବେ I ଆମର କଥା କହିବାର କୌଶଳ ଏଠାରେ ଆପଣଙ୍କର ଉଚ୍ଚାରଣ ଶୈଳୀକୁ ସୁଦୃଢ଼ କରିପାରିବ I

ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରି ଓଡ଼ିଆ ବର୍ଣ୍ଣମାଳା ଶିଖିବା ଠାରୁ ଆରମ୍ଭ କରି ବହି ପଢ଼ିବା ମଧ୍ୟରେ ଆମେମାନେ ଅନେକ ପାହାଚ ଦେଇ ଗତି କରିଥାଉ I ଯେପରିକି ପ୍ରଥମେ ବର୍ଣ୍ଣମାଳା ଶିଖିବା ଆରମ୍ଭ କରେ ତା’ପରେ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ, ତିନି ଅକ୍ଷର ବିଶିଷ୍ଟ ଶବ୍ଦ, ଚାରି ଅକ୍ଷର ବିଶିଷ୍ଟ ଶବ୍ଦ, ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ଯୁକ୍ତାକ୍ଷର, ଫୁଲର ନାମ, ଫଳର ନାମ, ପଶୁ ଓ ପକ୍ଷୀର ନାମ, ବାରମାସର ନାମ, ସାତବାରର, ଯାନବାହନର ନାମ ଶିଖିଥାଏ I ଆପଣମାନେ ଓଡ଼ିଆରେ ସରଳ ବାକ୍ୟଗଢ଼ିବା, ଛୋଟ ଛୋଟ ଅନୁଚ୍ଛେଦ ଏବଂ ଗଳ୍ପ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ନିଜର ଚିନ୍ତାଧାରା ଏବଂ ଅନୁଭୂତିକୁ ପ୍ରକାଶ କରିପାରିବେ I ଏହି ସବୁ ବିଷୟକୁ ଆଧାର କରି ଛୋଟ ଛୋଟ ଇ-କଣ୍ଟେଣ୍ଟ୍᠎᠎᠎ଗୁଡ଼ିକ ‘ମୁଁ ଓଡ଼ିଆ’ ଆପ୍᠎᠎ରେ ଉପଲବ୍ଧ ଅଛି I ଆପଣମାନେ ସେଠାକୁ ଯାଇ ଇ-କଣ୍ଟେଣ୍ଟ୍᠎᠎᠎ଗୁଡ଼ିକ ଦେଖି ଅତି ସହଜରେ ଓଡ଼ିଆ ଶିଖିପାରିବେ I

ଇ-କଣ୍ଟେଣ୍ଟ୍᠎᠎᠎ଗୁଡ଼ିକ ଦେଖିବା ସମୟରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଚିତ୍ର ଦେଖି ଖୁସି ଓ ଆଗ୍ରହର ସହିତ ବିଷୟକୁ ଆପଣମାନେ ଅତି ସହଜରେ ବୁଝିପାରିବେ I ଚିତ୍ର ଦେଖି ଓ ଶବ୍ଦ ଶୁଣି ଆପଣମାନେ ପରିବେଶ ସହିତ ସମ୍ବନ୍ଧ କରିବା ଶିଖିପାରିବେ I ‘ମୁଁ ଓଡ଼ିଆ’ ଆପ୍ ମାଧ୍ୟମରେ ଆପଣ ଏହି ଅବିଶ୍ୱସନୀୟ ଯାତ୍ରା ଆରମ୍ଭ କରୁଥିବାବେଳେ ମନେରଖନ୍ତୁ ଯେ ଆପଣ ନେଉଥିବା ପ୍ରତ୍ୟେକ ପଦକ୍ଷେପ ଆପଣଙ୍କୁ ଉଚ୍ଚକୋଟୀର ଓଡ଼ିଆ ଭାଷା ଓ ସଂସ୍କୃତିର ନିକଟତର କରିପାରିବ I

‘ମୁଁ ଓଡ଼ିଆ’ ଆପ୍ ଚୟନ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ I